ବସ୍ ଓଲଟି ଚାଲିଗଲା ୨ ଜୀବନ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାୟଗଡ଼ା ଜିଲ୍ଲା ବିଷମକଟକର ଲକ୍ଷ୍ମୀପୁରରୁ କଟକ ଅଭିମୁଖେ ଯାଉଥିବା ‘ଫର୍ଚୁନ’ ନାମକ ଯାତ୍ରୀବାହି ବସ୍‌ ଗତରାତିରେ ହାଜାରୀଡ଼ାଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ, ‘ଫର୍ଚୁନ’ ନାମକ ବସ୍‌ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ଗତକାଲି ଲକ୍ଷ୍ମୀପୁରରୁ ଭାୟା ଟିକିରି ହୋଇ କଟକ ଅଭିମୁଖେ ଆସୁଥିଲା। ମାତ୍ର ହାଜାରୀଡ଼ାଙ୍ଗ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଓଲଟି ପଡିଥିଲା । ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଜଣେ ଗୁରୁତରଙ୍କୁ ଭାଇଜାକ୍‌ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି।
ଶେଷରେ ଏକ ଜେସିବି ପହଞ୍ଚିବା ପରେ ବସ୍‌ଟିକୁ ତଳୁ ଉଠାଇଥିଲା । ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟ ସରିଥିଲା ।

Leave A Reply

Your email address will not be published.