ସେଲ୍‌ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ

0

ସେଲ୍‌ଫି ନେବା ହେଲା କାଳ। ଗାଧୋଇବାକୁ ଯାଇ ସେଲ୍‌ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା  ଖରଶ୍ରୋତା ନଦୀର ତନ୍ତିଘାଇଠାରେ ।ସ୍ଥାନୀୟ ଏରବାଙ୍କ ଗ୍ରାମର ୨ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ(୧୯) ଓ ସାଇସ୍ତା ବେଗମ(୧୭) ଗତକାଲି ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ଏବେବି ନିଖୋଜ ଅଛିସୂଚନାଯୋଗ୍ୟ ଯେ,  ସପ୍ତାହ ତଳେ ବାହା ହୋଇଥିବା ନାଜରିନ ବାପ ଘରକୁ  ବୁଲିବାକୁ ଆସିଥିଲେ । ହେଲେ ସେ  ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି ଘଟିବ ବୋଲି ସେ କେବେ କଳ୍ପନା ବି କରି ନ ଥିଲେ।

Leave A Reply

Your email address will not be published.