ଓଲଟିଥିବା ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ; ୨ ମୃତ, ୨ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଟିକିରି ଥାନା କାଳିଆପଡ଼ା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଓଲଟି ପଡ଼ିଥିବା ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କଳାହାଣ୍ଡିରୁ କାମ ସାରି ୪ ଜଣ ଶ୍ରମିକ ଆନ୍ଧ୍ରର ଶ୍ରୀକାକୁଲମକୁ ଫେରୁଥିଲେ। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ ଜଣ ତାହା ତଳେ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ୨ ଜଣଙ୍କୁ ଉଦ୍ଧାର ଉଦ୍ୟମ କରୁଥିଲେ ଅନ୍ୟ ୨ ଶ୍ରମିକ। ଏହି ସମୟରେ ଆଉ ଏକ ଟ୍ରକ୍ ଆସି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି।
ସ୍ଥାନୀୟ ଲୋକ ଓ ପୁଲିସ ଦ୍ୱାରା ଟ୍ରାକ୍ଟର ତଳୁ ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଟିକିରି ଥାନା ପୁଲିସ‌ ପହଞ୍ଚି ଟ୍ରକ୍ ଓ ଟ୍ରାକ୍ଟର ଜବତ କରି ତନାଘନା ଚଳାଇଛି।

bjd
Sikshaya
ruchi

Leave A Reply

Your email address will not be published.