ମହାନଦୀରେ ବୁଡିଗଲେ ୨ କାଉଡ଼ିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିକଟସ୍ଥ ମହାନଦୀର ପୋଷଲ ଘାଟରୁ ପାଣି ଉଠାଉଥିବାବେଳେ ସୋମବାର ୨ ଜଣ କାଉଡ଼ିଆ ବୁଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ସରୋଜ ନାଥ । ପରେ ସରୋଜଙ୍କୁ ସ୍ଥାନୀୟ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଜଣକ ହେଲେ ନିକଟସ୍ଥ ମହମ୍ମଦାବାଦ ଗ୍ରାମର ରାଜକିଶୋର ଦାସ । ଖବରପାଇ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

Leave A Reply

Your email address will not be published.