କାର ଧକ୍କାରେ ୨ ଜଣ ଙ୍କର ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ସକାଳୁ ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍‌ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅଜିମ ଖାନ୍‌ ଓ ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ପ୍ରଧାନ ଆଜି ସକାଳୁ ସ୍କୁଲ କୁ ବାଇକ୍‌ରେ ଆସୁଥିବା ବେଳେ ଏକ କାର୍ ସହିତ ସେମାନଙ୍କର ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ଘର ହରଭଙ୍ଗା ବ୍ଲକ୍‌ ରାମ୍ଭିକଟା ଗାଁରେ । ସେମାନଙ୍କ ମୃତ୍ୟୁ ଖବର ପ୍ରଚାର ହବ ପରେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା କାର କୁ ପୋଡି ଦେଇଥିଲେ ।

Leave A Reply

Your email address will not be published.