ପ୍ରକାଶ ପାଇଲା +୨ ବିଜ୍ଞାନ ଫଳାଫଳ,ପାସ୍ ହାର ୭୦.୨୧ ପ୍ରତିଶତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୮୩୭୪ ଜଣ ଅର୍ଥାତ ୭୦.୨୧ ପ୍ରତିଶତ ପିଲା ପାସ କରିଛନ୍ତି । ଗତବର୍ଷ ପାସହାର ୭୨ ପ୍ରତିଶତ ଥିଲା ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ ପ୍ରଥମ ଶ୍ରେଣୀରେ ୨୬ ପ୍ରତିଶତ ବା ୨୫,୩୩୯ ଜଣପିଲା ପାସ କରିଛନ୍ତି । ୨୦୧୯ରେ ୨୦୮୦୬ ଜଣପିଲା ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ୧୩୭ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୨୪୧୨୧ ଜଣ ପିଲା ପାସ କରିଛନ୍ତି ଯାହାକି ଗତ ବର୍ଷ ୨୩୯୦୪ ଥିଲା । ୩ୟ ଶ୍ରେଣୀରେ ୧୮,୨୬୮ ଜଣ ବା ୧୯ ପ୍ରତିଶତ ପିଲା ପାସ କରିଛନ୍ତି । ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮୩୦୧ ଜଣ ଛାତ୍ର ଥିବାବେଳେ ୩୦୦୭୩ ଜଣ ଛାତ୍ରୀ ରହିଛନ୍ତି । ରାଜ୍ୟର ୧୫ଟି ସ୍କୁଲରେ କୌଣସି ପିଲା ପାସ କରିପାରିନାହାନ୍ତି । ଏସବୁ ସ୍କୁଲ ବା ଜୁନିୟର କଲେଜ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପକ୍ଷରେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭ କ୍ୟାମେରା ଲାଗିବା ଯୋଗୁଁ ଏଥର ପାସହାର କମିଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୬.୫୧ ପ୍ରତିଶତ ପିଲା ପାସ କରିଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପିଲା ପାସ କରିଛନ୍ତି।

Leave A Reply

Your email address will not be published.