ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ପୁଲିସ ସ୍ପେଶାଲ ସେଲକୁ ବଡ଼ ସଫଳତା। ଉତ୍ତର ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଏହି ୨ ଆତଙ୍କବାଦୀ ଲୁଚି ଥିବା ସ୍ପେଶାଲ ସେଲ ପୁଲିସ ସୂଚନା ପାଇ ସେଠାରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ତେବେ ସେମାନେ ହେଲେ ଦିଲବର ସିଂ ଓ କୁଲବନ୍ତ ସିଂ। ଏହି ୨ ଆତଙ୍କବାଦୀ ବାବର ଖାଲସା ଇଣ୍ଟରନେସନାଲ (ବିକେଆଇ) ସଂଗଠନ ସହିତ ଜଡିତ ବୋଲି ଜଣାପଡ଼ିଛି। ଗିରଫ ସମୟରେ ପୁଲିସ ସେଠାରୁ ୬ଟି ପିସ୍ତଲ ଓ ୪୦ଟି ଗୁଳି ଜବତ କରିଛି। ଅନ୍ୟପଟେ ଏହି ୨ ଆତଙ୍କବାଦୀଙ୍କ ବିରୋଧରେ ପୂର୍ବରୁ ପଞ୍ଜାବ ପୁଲିସରେ ମଧ୍ୟ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.