ନବରଙ୍ଗପୁରରେ ୨୦୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଭୂମିପୂଜନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଜି ସକାଳ ୧୦ଟା ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗ୍ରସ୍ତ କରିଥିଲେ । ସେଠାରେ ଶ୍ରୀ ଦାସବର୍ମା ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଭୂମିପୂଜନ କରିଥିଲେ । ୧୩ କୋଟି ବିନିମୟରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ କାର୍ଯ୍ୟ ଖୁଵଶୀଘ୍ର ସାରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଶ୍ରୀ ଦାସବର୍ମା ।

ଏହି କାର୍ଯ୍ୟକ୍ରମରେ ସାଂସଦ ରମେଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର , ଜିଲାପରିଷଦ ଅଧକ୍ଷା ଭଗବତୀ ଗୋତ୍ରା ଓ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.