ଭୁବନେଶ୍ୱର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ୨୨୫ ୟୁନିଟ ରକ୍ତ ସଂଗ୍ରହ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ଔଷଧ ବ୍ୟବସାୟୀ ମାନଙ୍କ ସଂଗଠନ ଭୁବନେଶ୍ୱର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ପ୍ରତିଷ୍ଠାତା ସଂପାଦକ ସ୍ବର୍ଗତ ଅଟଳବିହାରୀ ପଟ୍ଟନାୟକଙ୍କ ଶ୍ରଦ୍ଧାବର୍ଷିକୀ ଅବସରରେ ସ୍ଥାନୀୟ ୟୁନିଟ-୪ ସ୍ଥିତ ଅଟଳ ଭବନ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ କାର୍ଯ୍ୟକ୍ରମରେ ୨୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

୧୯୯୨ ମସିହା ଠାରୁ ସ୍ବର୍ଗତ ଚୌଧୁରୀ ପ୍ରବୀର କୁମାର ଦାସଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ରକ୍ତଦାନ ଶିବିର ପ୍ରତିବର୍ଷ ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହୋଇଅସୁଛି ।

ସମାଜରେ କ୍ରମବର୍ଦ୍ଧିଷ୍ଣୁ ଥାଲା ସେମିଆ ରୋଗୀ, ରକ୍ତ ଶିକୁଳି ଗ୍ରସ୍ତ ରୋଗୀମାନଙ୍କର ରକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ଓ ଏମାନଙ୍କୁ ମାଗଣାରେ ରକ୍ତ ଯୋଗାଇଦେବାପାଇଁ ଔଷଧ ବ୍ୟବସାୟୀ ମାନେ ପ୍ରତିବର୍ଷ ଏହି ମହାନ କାର୍ଯ୍ୟ କୁ ଜାରି ରଖିଛନ୍ତି । ଦୁର୍ଘଟଣା ଗ୍ରସ୍ତ ରୋଗୀ, ଅଭାବୀ ବ୍ୟକ୍ତିଙ୍କ ପାଖରେ ଠିକ ସମୟରେ ରକ୍ତ ଯୋଗାଇ ଦେବାପାଇଁ ଏହି ସାମାଜିକ କାର୍ଯ୍ୟକ୍ରମକୁ ସମସ୍ତଙ୍କ ସହାୟତାରେ ଜାରି ରଖାଯାଇଛି । ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ବିଜେଡି ସଂସଦ ତଥା ସମ୍ବାଦର ସଂପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ନରେନ ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ବାବୁ ସିଂ, କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଭୁବନେଶ୍ୱର ଜିଲ୍ଲା ସଭାପତି ଜ୍ଞାନରଞ୍ଜନ ମହାନ୍ତି, ସଂପାଦକ ପ୍ରତାପ ଜେନା, ମଧୁରାମ ମଧ୍ୟ ଏହି କାର୍ଯ୍ୟକ୍ରମ ଉପସ୍ଥିତଥିଲେ । ଏହି ବିଶାଳ ରକ୍ତଦାନ କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ରିଟେଲ ଫୋରମ ସଭାପତି ପ୍ରଗତିରଞ୍ଜନ ମହାନ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ ।

କ୍ୟାପିଟାଲ ହସ୍ପିଟାଲ ଓ ମୁନିସପାଲଟି ହସ୍ପିଟାଲ ର ରକ୍ତଭଣ୍ଡାର ମୁଖ୍ୟ ଡାକ୍ତର ଦେବାଶିଷ ମିଶ୍ର ଓ ଜୟଦୀପ ଘୋଷ ରକ୍ତଦାତାଙ୍କ ଠାରୁ ରକ୍ତସଂଗ୍ରହରେ ସହଯୋଗ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା ।

Sikshaya
Leave A Reply

Your email address will not be published.