୨୩୦୦ କୋଟିର ଋଣ ଛାଡର ସିବିଆଇ ତଦନ୍ତ ଦାବି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଭୁବନେଶ୍ୱର ଇମ୍ଫା କମ୍ପାନୀକୁ ୨୩୦୦ କୋଟି ଟଙ୍କା ଋଣ ଛାଡ଼ର ସିବିଆଇ ତଦନ୍ତ ଦାବି କରିଛି ସମାଜବାଦୀ ପାର୍ଟି । ରାଜ୍ୟ ସରକାର କୃଷକମାନଙ୍କ ଉପରୁ ଋଣ ଛାଡ ପାଇଁ ଅସମର୍ଥ ପ୍ରକାଶ କରୁଥିବା ବେଳେ ଇମ୍ଫା ପ୍ରତି ଅନୁକମ୍ପା ପଛରେ ଏକ ବିରାଟ ଷଢଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଏହି ଋଣ ଟଙ୍କା ଛାଡ଼ କରାଯାଇଥିବାରୁ ଏହାର ସିବିଆଇ ତଦନ୍ତ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଦାବି ଯିବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଇଛି। ଋଣ ଛାଡ଼ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଙ୍ଗୁଳି ନୁର୍ଦେଶ କରି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ଅଭିଯୋଗର ଜବାବ ରଖିଛନ୍ତି ଇମ୍ଫା କତୃପକ୍ଷ । କତୃପକ୍ଷ କହିଛନ୍ତି ଯେ, ଋଣ ଛାଡ଼ କେବଳ ଇମ୍ଫା କମ୍ପାନୀକୁ କରାଯାଇନାହିଁ । ଆହୁରି ଅନେକ କମ୍ପାନୀକୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯାଇଛି । ୨୦୦୩ରେ ଜିନ୍ଦଲ, ଏସାର କମ୍ପାନୀକୁ ଏହି ସୁବିଧା ମିଳିଥିଲା । ଏ ନେଇ ୨୦୦୭ରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ତେବେ କୋର୍ଟ ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଥିଲେ । 

Sikshaya
Leave A Reply

Your email address will not be published.