କୁକୁଡା ଭାଡ଼ିରୁ 25ଟି ବୋମା ଜବତ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଭୁବନେଶ୍ୱର, ପୁରୀ ବାଇପାସ ରାସ୍ତା ତଥା ଝାରପଡା ରେ ଥିବା କୁନୁ ଫେବ୍ରିକେସନ ପଛ ପଟେ ଥିବା ଏକ କୁକୁଡ଼ା ଭାଡ଼ିରୁ ପୋଲିସ 25ଟି ଶକ୍ତିଶାଳୀ ବୋମା ଜବତ କରିଛି। ଏହି ଘଟଣାରେ ପୋଲିସ 5ଜଣଙ୍କୁ ଗିରଫ କରିଛି। ତେବେ ଏହି ବୋମା କାହିଁକି ରଖାଯାଇଥିଲା, ତାହା ଜଣାପଡିନାହିଁ।

ତେବେ ଗତ ଡିସେମ୍ବର 13 ତାରିଖରେ ଝାର
ପଡା ଉନ୍ନୟନ କମିଟି ସଂପାଦକଙ୍କ ଘର ଉପରକୁ ହୋଇଥିବା ବୋମା ମାଡ଼ ଘଟଣାର ତଦନ୍ତ କରୁଥିବା ବେଳେ ପୋଲିସ ଏହି ବୋମା ଠାବ କରିଥିଲା। ବୋମା ନୁସ୍କ୍ରିୟକାରୀ ଦଳ ପହଁଚି ସେଗୁଡିକୁ ଯାଂଚ କରୁଛି।
ତେବେ କୁନୁ ଫ୍ରେବ୍ରିକେସନର ମାଲିକ କୁନୁ ଜେନା ନିକଟରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ପଣ୍ଡିଆନଙ୍କ ଘରକୁ ବୋମା ମାଡ଼ ଘଟଣାରେ ଗିରଫ ହୋଇଛନ୍ତି। ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ କରୁଛି। ଏହି ୫ ଜଣକୁ ପୋଲିସ ଗରଫ କରିଛି।

Leave A Reply

Your email address will not be published.