ରାଜ୍ୟରେ ସର୍ବାଧିକ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ,ପଢନ୍ତୁ କେଉଁ ଜିଲ୍ଲାରୁ କେତେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ସୋମବାର ରେକର୍ଡ ସଂଖ୍ୟକ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୬୯୨୪କୁ ବୃଦ୍ଧି ପାଇଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ସଂକ୍ରମିତ ସୁସ୍ଥହୋଇଥିବାବେଳେ ବାଲେଶ୍ୱରରୁ ୨୭୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୨୭୩, କଟକରୁ ୧୫୨, ରାୟଗଡାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡରୁ ୯୬, ବଲାଙ୍ଗିରରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡରୁ ୫୩ ଓ ଗଜତସିଂହପୁରରୁ ୫୩ଜଣ ଲେଖାଏଁ, ମାଲକାନଗିରିରୁ ୫୨, ଗଜପତି ୪୨, ନବଗଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡାରୁ ୨୨, ଦେବଗଡ ଓ କେନ୍ଦୁଝରରୁ ୧୯ ଜଣ ଲେଖାଏଁ, ଝାରସୁଗୁଡାରୁ ୧୮, ଅନୁଗୁଳରୁ ୩ ଏବଂ ବୌଦ୍ଧରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.