ଜୁଆ ଆଡ୍ଡାରେ ଚଢାଉ : ୨୬ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ପୋଲିସ ଜିଲ୍ଲା ଅଧିନ ହିଞ୍ଜିଳି ପୋଲିସ ଗୁରୁବାର ରାତିରେ ପୋଚିଲିମା ଓ ରାଳବ ଦୁଇ ସ୍ଥାନରେ ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପୋଲିସ ୨୬ ଜଣଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୬୭ ହଜାର ୩ ଶହ ଟଙ୍କା ଜବତ କରିବା ସହ ୧୭ଟି ମୋବାଇଲ ଫୋନ ଓ ୧୨ ଟି ବାଇକ ଜବତ କରିଛି ।ଆଗକୁ ଦଶହରା ଆସୁଥିବାରୁ ଜିଲ୍ଲାରେ ଅଧିକ ମାତ୍ରାରେ ଜୁଆ ଖେଳ ଚାଲିଥାଏ, ତେଣୁ ଏହାକୁ ରୋକିବା ନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ ସମସ୍ତ ଥାନା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ବିଭିନ୍ନ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ଜାରି ରହିବା ସହ ପ୍ରତ୍ୟେକ ଦିନ ଜୁଆଡିମାନେ ଧରା ପଡୁଛନ୍ତି ।

Sikhsya
Barta

Leave A Reply

Your email address will not be published.