ତାଜମହଲ କୁ ଘେରିଲା ପାଣି , ଉତ୍ତର ପ୍ରଦେଶ ରେ ୨୭ ଜଣ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ବର୍ଷା ର ପ୍ରଭାଵ ରେ ତାଜମହଲ ର ଚତୁର୍ପାଶ୍ୱ ପାଣି ରେ ପରିପୂର୍ଣ୍ଣ ହୋଇଯାଇଛି । ଯାହାକି ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।

ଆଗ୍ରାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୈନିପୁରୀରେ ୪, ମୁଜାଫରନଗର ଓ କାସଗଞ୍ଜରେ ୩, ମୀରଟ ଓ ବରେଲୀରେ ୨ ଏବଂ କାନପୁର, ମଥୁରା, ଗାଜିଆବାଦ, ହାପୁର,ଝାନ୍‌ସୀ, ରାଏ ବରେଲୀ,ଜାଲାଉନ୍‌ ଓ ଜଉନପୁରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି । ରାଜ୍ୟ ସରକାର ମୃତକଙ୍କ ପରିବାରବର୍ଗ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି । ବର୍ଷା ଯୋଗୁଁ ୮୦୦ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆଗ୍ରା ପ୍ରଶାସନ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୨୪ ଘଣ୍ଟା ଯାଏ ଆଗ୍ରାରେ ଆହୁରି ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Sikshaya
Leave A Reply

Your email address will not be published.