ଦୁର୍ଘଟଣାରେ ଜଳିଗଲା ବାଇକ : ୨ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜଙ୍ଗେଲ ଛକ ନିକଟରେ ଦୁର୍ଘଟଣା ଘଟି ବାଇକ ଜଳିଯାଇଛି। ଘଟଣାସ୍ଥଳରେ ବାଇକରେ ଯାଉଥିବା ବାପା ଓ ୩ ବର୍ଷର ପୁଅ ପ୍ରାଣ ହରାଇଥିବାବେଳେ ମା’ ଓ ଅନ୍ୟ ଜଣେ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବଲେରୋ ଧକ୍କା ଦେବା ଯୋଗୁ ବାଇକଟି ଜଳି ଯାଇଥିଲା। ବାଇକରେ ଥିବା ପରିବାରଟି କଳାହାଣ୍ଡିର ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନାହିଁ।

Leave A Reply

Your email address will not be published.