ଚୀନ୍‌ରେ ଭୂକମ୍ପ, 2ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୀନ୍‌ର ୟୁନାନ ପ୍ରଦେଶର କ୍ୟୁଆଓଜିଆ କାଉଣ୍ଟିରେ ସୋମବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଭୂକମ୍ପର ତୀବ୍ରତା ୫.୦ ରହିଥିଲା । ମଙ୍ଗଳବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସରକାରୀ ନ୍ୟୁଜ୍ ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁସାରେ ଜଣେ ବ୍ୟକ୍ତି ଅଳିଆ ଆବର୍ଜନା ତଳେ ପୋତିହୋଇଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ଭୂକମ୍ପ ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ ସୋମବାର ରାତି ୯ଟା ୪୭ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ କେନ୍ଦ୍ର ସ୍ଥଳଭାଗରୁ ୮ କିଲୋମିଟର ଗଭୀରରେ ଥିଲା ।ଏହି ଭୂକମ୍ପ ଝଟକା କ୍ୟୁଜିଙ୍ଗ ସହରର ହୁଜେ କାଉଣ୍ଟି, ଝାଓତୋଙ୍ଗା ଏବଂ ସିଏନୱେଇ ସହର ତଥା ଚୁଶିୟୋଙ୍ଗ ସ୍ବତନ୍ତ୍ର ପ୍ରଦେଶରେ ଅନୁଭୂତ ହୋଇଥିଲା । କ୍ୟୁଆଓଜିଆ କାଉଣ୍ଟିର ସରକାର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୧୬ଟି ସ୍ଥାନରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.