ଖୁବଶୀଘ୍ର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା: ଡ଼ା କ୍ରିଷ୍ଣ କୁମାର, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ନାନ ପୂର୍ଣ୍ଣିମା ବିନା ବାଧାବିଘ୍ନ ଏବଂ ସୁରୁଖୁରୁରେ ସମ୍ପନ୍ନ କରିଥିବାରୁ ଶ୍ରୀମନ୍ଦିର ସେବାୟତ, ପୁରୀବାସୀଙ୍କୁ ଧନ୍ୟବାଦ ଜ୍ଞାନପ କରିବା ସହ ଖୁବଶୀଘ୍ର ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା ମିଳିବ ବୋଲି ଘୋଷଣା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷ୍ଣ କୁମାର ।

କରୋନା ପରିପ୍ରେକ୍ଷୀରେ ସେବାୟତମାନଙ୍କୁ ସହାୟତା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ମଧ୍ୟ ଅନୁରୂପ ପରିମାଣ ସହାୟତା ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷ୍ଣ କୁମାର ଆଜି ସୂଚନା ଦେଇଛନ୍ତି । ସେବକମାନଙ୍କ ମଙ୍ଗଳ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ଡକ୍ଟର କୁମାର ଏହି ସୂଚନା ଦେବା ସହିତ କରୋନା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ସେବକଙ୍କ ପାଉଣା ଉପରେ ଏହାର ଗୁରୁତର ପ୍ରଭାବ ପଡୁଥିବା କହିଛନ୍ତି । ଏହା କିଭଳି ପୂରଣ କରାଯାଇ ପାରିବ ଆଜି ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି ।

ଯେଉଁ ସେବକମାନେ ସ୍ୱାସ୍ଥ୍ୟବୀମା ପରିସରଭୁକ୍ତ ହୋଇନାହାନ୍ତି ତୁରନ୍ତ ସେମାନଙ୍କ ନାମ ବୀମା ତାଲିକାରେ ଦରଜ ପାଇଁ ନିଷ୍ପତ୍ତି ହୋଇଛି । ଦଇତାପତି ନିଯୋଗ ସହିତ ଯେଉଁସବୁ ନିଯୋଗ ଗୁଡିକ ମନ୍ଦିର ଭିତରେ ସେବା କରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସେବକମାନଙ୍କୁ ପ୍ରାୟ ୫ହଜାର ମାସ୍କ ଯୋଗାଇ ଦିଆଯିବ । ବୟନିକା ସହାୟତାରେ ଅଥବା ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଭାବେ ଏହିମାସ୍କ ପ୍ରସ୍ତୁତ କରିବ । ଦୁଇଦିନ ଭିତରେ ଏହାର ଡିଜାଇନ୍‍ ଚୂଡାନ୍ତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଚାଲିଥିବାବେଳେ ସେମାନଙ୍କ ପରିବାର କିଭଳି ପାଉଣା ପାଇବେ ତାହା ଉପରେ ଆସନ୍ତା ରବିବାର ଦିନ ଆଲୋଚନା କରାଯିବ । ଏଥି ସହିତ ରଥଖଳାରେ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବାବେଳେ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଭାବେ ନିର୍ମାଣ ହେଉଥିବା ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ସୂଚନା ଦେଇଛନ୍ତି । ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ସେବାୟତ, ମନ୍ଦିର ପ୍ରାଶାସନର କର୍ମକର୍ତ୍ତା ଓ ପୁରୀବାସୀଙ୍କୁ ମୁଖ୍ୟ ପ୍ରଶାସନ ଧନ୍ୟବାଦନ ଦେଇଥିଲେ ।

Leave A Reply

Your email address will not be published.