ଭୁମିହୀନ ଚଷୀଙ୍କୁ ଆସନ୍ତା ୧୫ରୁ ମିଳିବ କାଳିଆ ଟଙ୍କା

0


ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୫ରେ ମିଳିବ ଭୁମିହୀନ ଚଷୀଙ୍କୁ କାଳିଆ ଟଙ୍କା । ଏହି ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ । ଏହି ପର୍ଯ୍ୟାୟରେ ସାଢେ ୪ ଲକ୍ଷ ଭୁମିହୀନ ଚଷୀ ଉପକୃତ ହେବେ । ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଆସନ୍ତା ୨୨ ତାରିଖରେ ଟଙ୍କା ଯିବ । ୧୩ରୁ ୧୪ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟର ୫ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇସାରିଛି । ଏହି ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଭୂମୀହିନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଉପକୃତ ହୋଇସାରିଛନ୍ତି । ଏବଂ ଏହି ଚାଷୀଙ୍କ ତାଲିକା ପ୍ରତେକ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ଏହି ଯୋଜନା ଅନୁଯାୟୀ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।

Leave A Reply

Your email address will not be published.