3 କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ ପ୍ରତିବାଦରେ ନୟାପଲ୍ଲୀ ଥାନା ଆଗରେ ବିକ୍ଷୋଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏନଏଚଏଆଇ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀଙ୍କ ପାଣି ମାଡ଼ ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କୁ କମିସନରେଟ ପୋଲିସ ଅଟକ ରଖିଛି । ରାତି ଅଧିଆ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇନେବା ନେଇ ପ୍ରତିବାଦ କରିଛି କଂଗ୍ରେସ। ଏ ନେଇ ମଙ୍ଗଳବାର ନୟାପଲ୍ଲୀ ଥାନା ଆଗରେ ଜିଲ୍ଲା ସଭାପତି ମାନସ ଚୌଧୁରୀ ଓ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଶନିବାର ଲଗାଣ ବର୍ଷା ଯୋଗୁ ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ଆଗରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ରାସ୍ତାରେ ପ୍ରାୟ ୫ଫୁଟରୁ ଅଧିକ ଉଚ୍ଚର ପାଣି ଜମା ହୋଇ ରହିଥିଲା। ଏପରିକି ବର୍ଷା ଜଳ ନିଷ୍କାସନ ହୋଇ ନ ପରିବାରୁ ଏକାଧିକ ଚାରି ଚକିଆ ଗାଡି, ଅଟୋ ଓ ବାଇକ ଆଦି ପାଣିରେ ବୁଡି ରହିଥିବା ଦେଖା ଯାଇଥିଲା। ଏହି ଦୃଶ୍ୟକୁ ଅନେକ ଲୋକ ଓଭରବ୍ରିଜ ଉପରେ ରହି ଭିଡିଓ ଶୁଟିଂ କରିଥିଲେ। ଏହାର ପ୍ରତିବାଦରେ ସୋମବାର ଏନଏଚଏଆଇ ଅଫିସରେ କଂଗ୍ରେସ କର୍ମୀମାନେ ପଶି ପାଣି ଢାଳିଥିଲେ ।

Sikshaya
Leave A Reply

Your email address will not be published.