ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର ଉପରେ କଟକଣା ଜାରି କଲେ ୟୁରୋପୀୟ ୟୁନିଅନ୍‌ର ତିନି ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହାର ଚିକିତ୍ସା ନିମିତ୍ତ କୌଣସି ଔଷଧ ବାହାର କରାଯାଇପାରି ନାହିଁ। ତେବେ ଭାରତ ତରଫରୁ ଯୋଗାଇ ଦିଆଯାଇଥିବା ଆଣ୍ଟି-ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ବ୍ୟବହାର କରି କରୋନା ଭାଇରସ୍‌ର ସଫଳ ଉପଚାର କରାଯାଇପାରୁଛି କିଛିଦିନ ତଳେ ଅନେକ ଦେଶ ଦାବି କରିଥିଲେ।
ମାତ୍ର କରୋନା ଭାଇରସ୍ ଚିକିତ୍ସାରେ ବର୍ତ୍ତମାନ ଏହି ଔଷଧ ପ୍ରୟୋଗର ଫଳାଫଳକୁ ନେଇ ସାଧାରଣରେ ସନ୍ଦେହ ଦେଖାଦେଇଛି । ଏଥିପାଇଁ ୟୁରୋପୀୟ ୟୁନିଅନ୍ ଦେଶ – ଫ୍ରାନ୍ସ, ଇଟାଲୀ ଏବଂ ବେଲଜିୟମ୍ କରୋନା ଭାଇରସ୍‌ର ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାରକୁ ନେଇ କଟକଣା ଜାରି କରିଛନ୍ତି।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଏହି ଔଷଧର ବ୍ୟବହାରକୁ ପ୍ରୋତ୍ସାହିତ କରିଥିବା ଜଣାପଡ଼ିଛି । ଏହି ଔଷଧର ବ୍ୟବହାର ବିରୋଧରେ ଆପତ୍ତି ହେବାର ଏହା ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସୁରକ୍ଷା ଚିନ୍ତାଧାରାକୁ ଦର୍ଶାଇ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ବିଶ୍ଵ ସ୍ତରୀୟ ପରୀକ୍ଷାକୁ ବାତିଲ କରିଦେଇଥିଲା ।

Leave A Reply

Your email address will not be published.