ଷ୍ଟେସନ ବଜାର ରେ ଭୟାବହ ଅଗ୍ନିକାଣ୍ଡ, ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ କାବୁ କଲେ ଅଗ୍ନିଶମ କର୍ମଚାରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କଟକ ରୋଡ ସ୍ଥିତ ପୁରୁଣା ଷ୍ଟେସନ ବଜାର ଏକ ତିନି ମହଲା ବିଶିଷ୍ଟ ଘରେ ରାତି ୧୧.୩୦ରେ ନିଆଁ ଲାଗି ଯାଇଥିଲା । ଖବର ପାଇ କଳ୍ପନା ଅଗ୍ନିଶମ ବିଭାଗ ଓ ବରମୁଣ୍ଡା ଅଗ୍ନିଶମ ବିଭାଗର ୮ଟି ଗାଡି ନିଆଁ କୁ ଆୟତ୍ତ କରିବାକୁ ଦୀର୍ଘ ୩ ଘଣ୍ଟା ସମୟ ଲାଗିଥିଲା । ଘର ର ଗେଟ ଟି ସେଣ୍ଟ୍ରାଲ ଲକ ହୋଇଥିବାରୁ ଅଗ୍ନିଶମ କର୍ମଚାରୀ ଙ୍କୁ ତାହା ତାଡିବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଦିୱାନ ଗର୍ଗ ନାମକ ଜଣେ ବ୍ୟବସାୟୀ ଙ୍କ ପୁରୁଣା ଷ୍ଟେସନ ବଜାର ସ୍ଥିତ ତଳ ଘର ଗୋଦାମରେ ନିଆଁ ଲାଗିଯାଇଥିଲା । ତଳ ଘରେ ତାଙ୍କର ପାଇପ ହୋଲସେଲ ଦୋକାନ ଥିବାରୁ ବହୁ ପରିମାଣର ପ୍ଲାଷ୍ଟିକ ପାଇପ ଦୋକାନରେ ଉପଲବ୍ଧ ଥିଲା । ଯାହାକି ନିଆଁ ବ୍ୟାପିବାରେ ସହାୟକ ହୋଇଥିଲା । ଯାହାକି ଗର୍ଗ ଟ୍ରେଡିଂ ରୁ ନିକଟବର୍ତ୍ତୀ ଗୁପ୍ତା ଟ୍ରେଡର୍ଶ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା ।

ଦିୱାନଙ୍କ ପରିବାର ଦ୍ୱିତୀୟ ମହଲା ରେ ରହୁଥିବାରୁ ସିଡ଼ି ସାହାଯ୍ୟରେ ପରିବାର ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଶ୍ୱାସରୁଦ୍ଧ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।

ଏହି ଘରର ପଛ ପାଖରେ ଆପାର୍ଟମେଣ୍ଟ ଥିବାରୁ ନିଆଁ ସେଠାକୁ ବ୍ୟାପିଯିବା ସମ୍ଭାବନା କୁ ଦେଖି କଳ୍ପନା ଅଗ୍ନିଶମ କର୍ମଚାରୀ ବରମୁଣ୍ଡା ଅଗ୍ନିଶମ ବିଭଗ ର ସହାୟତା ଲୋଡିଥିଲେ । ମାତ୍ର ରେଲୱେ ଷ୍ଟେସନ କୁ ଯିବା ରାସ୍ତାରେ ଲାଗିଥିବା ବାରିକେଟ ଓ ବୁଦ୍ଧେଶ୍ୱରୀ କଲୋନୀ ଦେଇ ଯିବାକୁ ଲାଗିଥିବା ବାରିକେଟ ପାଇଁ ଅଗ୍ନିଶମ ଗାଡି ଆପାର୍ଟମେଣ୍ଟ ଦେଇ ଗୋଦାମ ର ପଛପଟେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା । ଏଠାରେ ପ୍ରଶ୍ନ ଯଦି ବୁଦ୍ଧେଶ୍ୱରୀ କଲୋନୀ ରେ ଥିବା କଲୁ ସାହି ଓ ଅନେକ ଘର ରହିଛି । ଏଭଳି ବାରିକେଟ କୁ ହଟାଇବା ପାଇଁ ସ୍ଥାନୀୟ ଲୋକ ବିଏମସି ଓ ରେଳବାଇ ବିଭାଗ କୁ ଅବଗତ କରାଇବେ ବୋଲି କହିଛନ୍ତି ।

ଏହି ଅଗ୍ନିକାଣ୍ଡ ଦୀପାବଳି ପାଇଁ ଲାଗିଥିବା ଦୀପରୁ ହୋଇଥିବା ଅନୁମାନ କରାଯାଉଛି । ତେବେ ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡିବ ।

ସୂଚନାନୁଯାୟୀ, ପୂର୍ବରୁ ମଧ୍ୟ ଏହିପରି ସେଣ୍ଟ୍ରାଲ ଲକ ପାଇଁ ବୁଦ୍ଧେଶ୍ୱରୀ ଅଞ୍ଚଳରେ ଥିବା ପାଲ ହାଇଡ୍ସ ମାଲିକଙ୍କ ଘରେ ନିଆଁ ଲାଗିଯିବାରୁ ସାନପୁଅର ସମ୍ପୂର୍ଣ୍ଣ ପରିବାର ମୃତ୍ୟୁ ଘଟିଥିଲା । କିନ୍ତୁ ଠିକ ସମୟରେ ଅଗ୍ନିଶମ ଗାଡ଼ି ଆସି ଦିୱାନ ଗର୍ଗ ଗେଟ ତାଡି ନିଆଁ ଲିଭାଇବା ସହ ସିଡ଼ି ସାହାଯ୍ୟରେ ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.