ପରିବାରର ସମ୍ମାନ ବଞ୍ଚାଇବା ପାଇଁ ୩ ଜଣଙ୍କୁ ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ସମ୍ବଲରେ    ପରିବାରର ସମ୍ମାନ ପାଇଁ  ସାନ ଭଉଣୀ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା କରା ଯାଇଛି। ଏହାପରେ ବିନୀତ ହତ୍ୟାକାଣ୍ଡକୁ ଦେଖିଥିବା ତା’ର ଆଉ ଜଣେ ସାନଭାଇ କୁଲଦୀପଙ୍କୁ ବି ମାରି ଦେଇଛି।

ସୂଚନାଯୋଗ୍ୟ, ବଣ୍ଟି ଓ ବିନୀତଙ୍କ ଭଉଣୀ ସୁଖିୟା ପରସ୍ପରକୁ ଭଲ ପାଉଥିଲେ। ବଣ୍ଟିର ବାହାଘର ଠିକ୍‌ ହୋଇଥିବା ବେଳେ ସେ ସୁଖିୟାଙ୍କୁ ସାଙ୍ଗରେ ଧରି ଫେରାର ହୋଇଯାଇଥିଲେ। ବଣ୍ଟି ଓ ସୁଖିୟା ପରସ୍ପରର ସମ୍ପର୍କୀୟ। ଏକଥା ଜାଣିବା ପରେ ବିନୀତ ନିଜ ପରିବାରର ସମ୍ମାନ ପାଇଁ ଉଭୟଙ୍କୁ ସବୁଦିନ ପାଇଁ ଶେଷ କରିବାକୁ ଶପଥ ନେଇଥିଲା। ଏଥିପାଇଁ ସେ ନିଜର ୪ ଜଣ ସାଙ୍ଗ ସହ ମିଶି ଉଭୟଙ୍କୁ ମାରିବାକୁ ଯୋଜନା କରିଥିଲେ।

ଜୁଲାଇ ୧ରେ ଗୋଟିଏ ପଡ଼ିଆରେ ବଣ୍ଟି ଓ ସୁଖିୟାଙ୍କୁ ପାଇ ବିନୀତ ଓ ତା’ର ସାଙ୍ଗମାନେ ଆକ୍ରମଣ କରିଥିଲେ। ଉଭୟଙ୍କୁ ହତ୍ୟା କରିବା ପରେ ସେମାନେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଶବ ଦୁଇଟିକୁ ଗଛରେ ଟାଙ୍ଗି ଦେଇଥିଲେ। ତେବେ ବିନୀତର ସାନଭାଇ କୁଲଦୀପ ପୂରା ଘଟଣାକୁ ଦେଖି ନେଇଥିଲେ। ତେଣୁ ବିନୀତ ୬ ଦିନ ପରେ କୁଲଦୀପଙ୍କୁ ବି ହତ୍ୟା କରିଥିଲେ। କୁଲଦୀପର ଶବକୁ ବି ବିନୀତ ସମାନ ଢଙ୍ଗରେ ଗଛରେ ଟାଙ୍ଗି ଦେଇଥିଲା। ତେଣୁ ପୁଲିସ୍‌ ଉଭୟ ଘଟଣାରେ ସନ୍ଦେହ ପ୍ରକାଶ କରି ତଦନ୍ତ ଆରମ୍ଭ କରିଥିଲା।

 

Leave A Reply

Your email address will not be published.