ବିଷାକ୍ତ ମଦ ପିଇ ୩ ମୃତ, ୨ ଅସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଜିଲା ତିହିଡି ବ୍ଲକ ଦଉଲତପୁର ଗାଁ ରେ ମଦ ମୃତ୍ୟୁ ଅଭିଯୋଗ ହୋଇଛି । ଭୋର ସକାଳୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଘଟିଥିବା ବେଳେ ୨ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତିମାନେ ହେଲେ ସାଧୁଚରଣ ନାୟକ, ଶଙ୍କର୍ଷଣ ଦାସ ଓ ରାମଚନ୍ଦ୍ର ପଢ଼ିଆରୀ ବୋଲି ଜଣାପଡିଛି ।

ଦୁଇ ମୃତ ଦେହ ଜିଲା ଚିକିତ୍ସାଳୟ ରେ ବ୍ୟବଛେଦ ପାଇଁ ଥିବା ବେଳେ ଜଣଙ୍କ ମୃତ ଦେହ ଗାଁ ରେ ପଡ଼ିରହିଛି । ଦୁଇ ଜଣ ଅସୁସ୍ଥ ବାଇଧର ନାୟକ ଓ କୁନା ଜେନାଙ୍କୁ ପ୍ରଥମେ ତିହିଡି, ଭଦ୍ରକ ଓ ପରେ ଗୁରୁତର ଅବସ୍ଥା ରେ କଟକ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମେଡିକାଲ ରେ ପ୍ରଶାସନ କିମ୍ବା ଅବକାରୀ ବିଭାଗର କୌଣସି ଅଧିକାରୀ ପହଞ୍ଚି ନହାନ୍ତି ।

Leave A Reply

Your email address will not be published.