ଭକ୍ଷକ ସାଜିଲା ପୁଅ, ମା’ ବାପାଙ୍କ ସମେତ ୩ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମା’ ବାପା ପୁଅଟିଏ ପାଇଁ ଲକ୍ଷେ ଦେବାଦେବୀଙ୍କୁ ପୂଜା କରନ୍ତି । ସେମାନେ କିଭଳି ସୁରକ୍ଷା ଓ ଦୀର୍ଘାୟୁ କାମନା ମା’ ବାପା ମରିବା ପର୍ଯ୍ୟନ୍ତ ବି କରିଥାନ୍ତି । ଆଶା ଥାଏ କି ବୁଦ୍ଧାବସ୍ଥାରେ ସେହି ପୁଅ ସାହାରା ସାଜିବ । କିନ୍ତୁ ଅନେକ ସମୟରେ ମା’ ବାପାଙ୍କ ରକ୍ଷକ ବଦଳରେ ପୁଅ ସେମାନଙ୍କ ଭକ୍ଷକ ସାଜୁଥିବା ନଜିର ରହିଛି । ଏଭଳି ଏକ ଲୋକଟାଙ୍କୁରା ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ । ଥାନା ଅଧୀନ ମଧୁସୂଦନପୁର ଗ୍ରାମର ଧ୍ରୁବ ସାହୁଙ୍କ ପୁଅ ଅମରଙ୍କ ଠେଙ୍ଗା ମାଡ଼ରେ ଧ୍ରୁବ(୮୦), ତାଙ୍କ ସ୍ତ୍ରୀ ସରସ୍ବତୀ(୭୦) ଓ ଖୁଡି କେତକୀଙ୍କର ମୃତ୍ୟୁ ଘଟିଛି। କେତକୀଙ୍କ ସ୍ବାମୀ ଅକ୍ଷୟ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଧ୍ରୁବ ନିଜର ପୁଅ ନଥିବାରୁ ଅକ୍ଷୟଙ୍କ ବଡ଼ ପୁଅ ଅମରଙ୍କୁ ବର୍ଷେ ପୂବେ ଧରମ ପୁଅ ଭାବେ ଗ୍ରହଣ କରିଥିଲେ । ତେବେ ଶନିବାର ରାତିରେ ଅମର ଘରକୁ ମଦ ପିଇ ଆସି ଉନ୍ମକ୍ତ କାଣ୍ଡ ଭିଆଇବା ସହ ମା’ ବାପାଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ । ଅମରଙ୍କୁ ଅଟକାଇବାକୁ ଯାଇ ଖୁଡି କେତକୀ ଓ ଭଉଣୀ ପ୍ରଶାନ୍ତି ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଧ୍ରୁବ ଓ ସରସ୍ବତୀଙ୍କର ମୃତ୍ୟୁ ଘଟିଥିବା ବେଳେ କେତକୀ ଓ ପ୍ରଶାନ୍ତିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର କେତକୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.