ଆସନ ୩ ଆଶାୟୀ ୩୩

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଜିଲା ରାଜ୍ୟସଭା ବିଗୁଲ । ଓଡ଼ିଶାରେ ଖାଲିପଡିଥିବା ୩ଟି ରାଜ୍ୟସଭା ନିର୍ବାଚନ ପାଇଁ ଶନିବାର ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହି ନିର୍ବାଚନ ପାଇଁ ଆସନ୍ତା ୧୮ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ ୨୫ତାରିଖ ନାମାଙ୍କନ ଦଖଲର ଶେଷ ତାରିଖ । ଜୁନ ୨୬ ତାରିଖରେ ନାମାଙ୍କନ ଯାଞ୍ଚ ପରେ ୨୮ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ । ନିର୍ବାଚନ କମିଶନ ସୂଚନା ଅନୁଯାୟୀ, ଆବଶ୍ୟକତା ପଡିଲେ ଜୁଲାଇ ୫ରେ ହେବ ମତଦାନ । ଏହି ମତଦାନର ସମୟ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ । ୫ଟା ପରେ ଭୋଟ ଗଣତି କରା ଯିବ । ଜୁଲାଇ ୯ ତାରିଖ ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ ନିର୍ବାଚନ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀ ଚୟନ ପ୍ରକ୍ରିୟା । ବିଜେଡିର ଖାଲିଥିବା ୩ଆସନ ପାଇଁ ଆଶାୟୀ ଅଛନ୍ତି ୩୩ ଜଣ । ସେମାନେ ହେଲେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚାଉପଟ୍ଟନାୟକ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ସୁର ନାୟକ, ରବୀନ୍ଦ୍ର ଜେନା, ଅମର ପଟ୍ଟନାୟକ, ଅରୁପ ପଟ୍ଟନାୟକ, ସୁଲୋଚନା ଦାସ, ଅରିନ୍ଦମ ଦାସ, ସିଦ୍ଧାନ୍ତ ମହାପାତ୍ର, ନୀଳମାଧବ ପଣ୍ଡା, ନାଲିନିକାନ୍ତ ପ୍ରଧାନ, ରିତା ସାହୁ, ଶରତ କର, ସୁଲତା ଦେଓ, ଗିରିଧାରୀ ମହାନ୍ତି, ପ୍ରଭାସ ସିଂ, ଅନୁଭବ ପଟ୍ଟନାୟକ, ଅର୍କ କେଶରୀ ଦେଓ, ଯସବନ୍ତ ଲାଗୁରି, ଝିନ୍ନ ହିକ୍କା, କଲ୍ୟାଣି ଗଜପତି, ନନ୍ଦିନୀ ଦେବୀ, ରିତା ତରାଇ, ବିକ୍ରମ ବର୍ମା, ଗିରୀଶ ଦାସ, ଜୀବନପ୍ରଦୀପ ଦାସ, ଭୀମସେନ ମାଝି, ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସ ନାୟକ, ରଘୁ ସାହୁ ଓ ଦିଲ୍ଲୀପ ବିଶୋଇ ।

ସୂଚନା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନରେ ଅଚ୍ୟୁତ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ବିଧାୟକ ଭାବେ ଜୟଯୁକ୍ତ ହେବାପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ଖାଲିହୋଇଥିବା ୩ ରାଜ୍ୟସଭା ପଦବୀ ମଧ୍ୟରୁ ସୌମ୍ୟରଞ୍ଜନ ଓ ଅଚ୍ୟୁତଙ୍କ କାର୍ଯ୍ୟକାଳ ୩ ଏପ୍ରିଲ ୨୦୧୪ ପର୍ଯ୍ୟନ୍ତ ରହିଥିଲା ଯାହାକି ୫ବର୍ଷ ବାକିଥିଲା । ସେହିପରି ପ୍ରତାପଙ୍କ କାର୍ଯ୍ୟକାଳ ୧ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଥିଲା ଯାହାକି ୩ ବର୍ଷ ବାକିଥିଲା । ଏହିସବୁ ପଦବୀ ପୂରଣ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯିବାପରେ ବିଜେଡି ଦଳରେ ଚଳଚଞ୍ଚଳତା ଦେଖାଦେବା ସହ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.