ଆଇଏଏସ୍ ଅଫିସର ଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ (ଓଆରଏଚଡ଼ିସି) ଦୁର୍ନୀତି ମାମଲାରେ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ତାଙ୍କ ନାଁରେ ୱାରଣ୍ଟ ଜାରି ହୋଇଥିଲା । ଆତ୍ମସମର୍ପଣ କରିବାକୁ ତାଙ୍କୁ ଆଜି ଯାଏ ସମୟ ଦିଆଯାଇଥିଲା।

କୋର୍ଟ ତାଙ୍କୁ ୩ବର୍ଷ ଜେଲ ଦଣ୍ଡା ଦେଶ ସହ ୨୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ନଦେଲେ ଅଧିକ ୨ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଲ୍ ଦଣ୍ଡାଦେଶ ପରେ ବିନୋଦଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଏହି ମାମଲାର ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।

ସୂଚନା ଅନୁଯାୟୀ,ବାତ୍ୟା ଆଶ୍ରୟସ୍ଥଳୀ ନାଁରେ ଓଆରଏଚଡ଼ିସି ୫୩ ଲକ୍ଷ ଟଙ୍କା ହେରଫେର ସହ ବେଆଇନ ଭାବେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା । ଏହାର ଭିଜିଲାନ୍ସ ତଦନ୍ତ କରାଯାଇଥିଲା । ଗତ ଜୁଲାଇ ୩ତାରିଖରେ ଏହି ଦୁର୍ନୀତି ମାମଲାର ବିଚାର କରି କୋର୍ଟ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ସହ ୬ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଶୁଣାଣୀ ସମୟରେ କେର୍ଟରେ ଉପସ୍ଥିତ ନଥିବା ବିନୋଦ କୁମାରଙ୍କ ସହ ୫ ଜଣଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କରାଯାଇଥିଲା । ଏମାନଙ୍କୁ ଗିରଫ କରିବା ପାଇଁ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପୂର୍ବରୁ ଏହି ମାମଲାରେ କୋର୍ଟ ୨ଜଣଙ୍କୁ ୩ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଥିଲେ।

Sikshaya
Leave A Reply

Your email address will not be published.