୩୦ ଆକ୍ରାନ୍ତ ସୁସ୍ଥ, ୨କରୋନା ରୋଗୀଙ୍କ ମୃତ୍ୟୁ, ୫ରେ ପହଞ୍ଚିଲା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୨୮ଜଣ ଗଞ୍ଜାମର ହୋଇଥିବା ବେଳେ ବାଲେଶ୍ଵର ଓ କଟକରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅପରପକ୍ଷରେ ଆଜି ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଉଭୟ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ବୟସ ୩୮ ଓ ୪୫ ବର୍ଷ ହେବ ।ଉଭୟ ସୁରଟ୍ ଫେରନ୍ତା । ରାଜ୍ୟରେ ଏହାକୁ ମିଶାଇ ମୃତ୍ୟୁ ୫କୁ ବୃଦ୍ଧି ପାଇଛି । ପୂର୍ବରୁ ଭୁବନେଶ୍ୱରରେ ୨ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.