୩୦ ହଜାର କୋଟି ଚୋରି କରିଛନ୍ତି ଚୌକିଦାର: ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ବିଜନେସ ମ୍ୟାନ ରବର୍ଟ ଭଦ୍ରା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଇଡି‌ ଜେରା କରିବାକୁ ନେଇ ସଂସଦରେ କଂଗ୍ରେସକୁ ସମାଲୋଚନା କରିଥିଲେ ମୋଦି । ଆଜି ମୋଦିଙ୍କୁ ଏହାର କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ସକାଳେ ଏକ ପ୍ରେସମିଟରେ ରାହୁଲ କହିଛନ୍ତି, ଯେତେ ଯାଞ୍ଚ କରିବାର ଅଛି କରାଯାଉ । କିନ୍ତୁ ରାଫେଲ ବିଲକୁ ନେଇ ମଧ୍ୟ ଯାଞ୍ଚ କରାଯିବା ଆବଶ୍ୟକ । ରାଫେଲ ଡିଲରେ ହୋଇଥିବା ଘୋଟାଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ସିଧା ସାମିଲ ଥିବା ରାହୁଲ ଅଭିଯୋଗ କରିଛନ୍ତି । ଏଥିସହ ଏକ ଖବରକାଗଜରେ ବାହାରିଥିବା ରିପୋର୍ଟକୁ ଆଧାର କରି ରାହୁଲ କହିଛନ୍ତି, ଚୌକିଦାର ଚୋର ହୈ, ୩୦ହଜାର କୋଟି କି ଚୋରି ହୈ ।

ଏକ ଦୈନିକ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ରାଫେଲ ଡିଲ ସମୟରେ ଫ୍ରାନ୍ସ ସହ ପ୍ରଧାନମନ୍ତ୍ରୀଙ୍କ ସମାନ୍ତରାଳ କଥାବାର୍ତ୍ତାକୁ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିରୋଧ କରାଯାଇଥିଲା ।

Leave A Reply

Your email address will not be published.