ଏରୋ ଇଣ୍ଡିଆ ଶୋ’ ଚାଲିଥିବା ବେଳେ ପାର୍କିଂ ଏରିଆରେ ଅଗ୍ନିକାଣ୍ଡ, ଜଳିଗଲା ୩୦୦ କାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଙ୍ଗାଲୋରଠାରେ ବାୟୁ ସେନା ପକ୍ଷରୁ ଚାଲିଥିବା ଏରୋ ଇଣ୍ଡିଆ ଶୋ’ରେ ଶନିବାର ପୁଣିଥରେ ଅଘଟଣ ଘଟିଛି । ଶୋ’ ଚାଲିଥିବା ସମୟରେ ପାର୍କିଂ ଲନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ୟେଲହଙ୍କ ଏୟାର ଫୋର୍ସର ୫ ନଂ ଗେଟ୍‌ ନିକଟରେ ଥିବା ପାର୍କିଂରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩୦୦ କାର ପୋଡ଼ିଯାଇଛି । ଲୋକମାନେ ପାର୍କିଂରେ କାର ରଖି ଶୋ’ ଦେଖୁଥିବା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

କର୍ଣ୍ଣାଟକ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଶୁଖିଲା ଘାଷରେ ନିଆଁ ଲାଗିବା ଫଳରେ ଏହି ଦୁର୍ଘଟଣା ଘଟିଛି । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଏରୋ ଇଣ୍ଡିଆ ଶୋ’ ପାଇଁ ଅଭ୍ୟାସ ଚାଲିଥିବା ବେଳେ ମଝି ଆକାଶରେ ଦୁଇଟି ବିମାନ ପରସ୍ପରକୁ ଧକ୍କା ଦେଇଥିଲେ । ଏଥିରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.