ପିକନିକ୍‌ ହେଲା କାଳ, ୩୩ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ଯାତ୍ରୀବାହୀ ବସ୍‌ ମହାରାଷ୍ଟ୍ରର ମହାବଳେଶ୍ୱର ଯାଉଥିବା ବେଳେ ୫୦୦ ଫୁଟ୍ ତଳକୁ ଖସି ପଡ଼ିବାରୁ  ୩୩ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଡାପୋଲି ସହରରେ ଥିବା ଡ.ବାଲାସାହେବ ସାୱନ୍ତ କୋଙ୍କଣ କୃଷି ବିଦ୍ୟାପୀଠର କର୍ମଚାରୀ ମହାବଳେଶ୍ୱରକୁ ପିକନିକ୍‌ ପାଇଁ ଯାଉଥିବା ବେଳେ ଦିନ ୧୨.୩୦ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ୱେବାଲି ଘାଟିରୁ ବସ ଟି ୫୦୦ ଫୁଟ୍ ତଳକୁ ଖସି ପଡିଥିଲା ।

ଲଗାଣ ବର୍ଷା ଡ୍ରାଇଭର ବସ୍‌ ଉପରେ ନିୟନ୍ତ୍ରଣ ହରାଇବାରୁ ଏଭଳି ଦୁର୍ଘଟଣା ଘଟିଯାଇଛି । ସୌଭାଗ୍ୟ ବଶତଃ ଦୁର୍ଘଟଣା ସମୟରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପ୍ରକାଶ ସାୱନ୍ତ ନାମକ ଜଣେ ବ୍ୟକ୍ତି ଝରକା ରୁ ବାହାରକୁ ବାହାରି ଗଛକୁ ଧରି ରହି ଯିବାରୁ ସେ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ । ଘଟି ତଳୁ ଉପରକୁ ଆସି ଏ ଦୁର୍ଘଟଣା ସମ୍ୱନ୍ଧରେ ଜଣାଇବାକୁ ତାଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା । ପ୍ରଥମେ ଗ୍ରାମବାସୀ ଓ ପରେ ପୁଣେରୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Leave A Reply

Your email address will not be published.