ଆଜି ବିହାରରେ ଅନ୍ତିମ ପର୍ଯ୍ୟାୟ ଭୋଟ, ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ବିହାରରେ ଅନ୍ତିମ ପର୍ଯ୍ୟାୟ ଭୋଟ୍। ୭୮ ଆସନ ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ମତଦାତା । ୧ ହଜାର ୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବା ବେଳେ, ସେଥି ମଧ୍ୟରେ ୧୧୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୩ ହଜାର ୭୮୨ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେଉଛି । କିଷନଗଞ୍ଜ, କଟିହାର, ମାଧେପୁର ଏବଂ ସପୌଲ ଆଦି ୧୫ ଜିଲ୍ଲାରେ ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି ଭୋଟର୍। ସେପଟେ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଉପନିର୍ବାଚନ ହେବ । ନଭେମ୍ବର ୧୦ରେ ସ୍ପଷ୍ଟ ହେବ କିଏ ଗଢ଼ିବ ସରକାର।

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନୀତିଶ କୁମାର ଏହା ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ବିହାର ରାଜନୀତିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି ।

Leave A Reply

Your email address will not be published.