ଯଶୋବନ୍ତ ହତ୍ୟାକାଣ୍ଡର ୮ ଅଭିଯୁକ୍ତ ଗିରଫ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡ ଭିଆଇଥିବା ୪ ଅଭିଯୁକ୍ତଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରିଥିବା ଏସପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି ।

ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋଟିକୁ ପୋଲିସ ରାମିଆଳ ନଦୀକୂଳରୁ ଜବତ କରି ଜାଣିବାକୁ ପାଇଥିଲା ଯେ ଏହି ଗାଡିଟି ହତ୍ୟାକାଣ୍ଡର ୧୫ଦିନ ପୂର୍ବରୁ ଭୁବନେଶ୍ୱରର ସହିଦନଗର ଅଞ୍ଚଳରୁ ଚୋରି ହୋଇଥିଲା। ଗାଡ଼ିମାଲିକଙ୍କ ଘରେ ଲାଗିଥିବା ସିସିଟିଭି ଦ୍ବାରା ହତ୍ୟାକାରୀଙ୍କୁ ଚିନ୍ହଟ ଓ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

ତା୨୬ ରିଖ ସକାଳ ପ୍ରାୟ ୧୦ଟା। କାମାକ୍ଷାନଗରରେ ନିର୍ମାଣାଧୀନ ଘର କାମ ଦେଖି ନିଜ ଔଷଧ ଦୋକାନକୁ କାର୍‌ରେ ଯାଉଥିଲେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ। ଗାନ୍ଧି ମନ୍ଦିର ନିକଟରେ ୪ ଦୁର୍ବୃତ୍ତ ସମ୍ମୁଖରୁ ଏକ ବୋଲେରୋ ରେ ଆସି ବିଚ୍‌ ରାସ୍ତାରେ ତାଙ୍କୁ ଗୁଳି କରିବା ସହ ବୋମା ମାଡ଼ ମଧ୍ୟ କରିଥିଲେ। ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିରୁ ବର୍ତ୍ତିବାପାଇଁ ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଆଉ ଶେଷରେ ଆତତାୟୀଙ୍କ ଗୁଳି ମାଡ଼ରେ ଟଳି ପଡିଥିଲେ ଯଶୋବନ୍ତ।

Leave A Reply

Your email address will not be published.