ମାର୍ଚ୍ଚ ସୁଦ୍ଧା ବିଧାନ ପରିଷଦ, ଶାହାଙ୍କୁ ଭେଟିଲେ ୪ ବିଜେଡ଼ି ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି । କେନ୍ଦ୍ର ଅନୁମତି ପରେ ଏହା କାର୍ଯ୍ୟକାରୀ ହେବ । ତେଣୁ ଆସନ୍ତା ବଜେଟ ଅଧିବେଶନରେ ଓଡ଼ିଶାରେ ବିଧାନ ପରିଷଦ ବିଲ ଆସିବାକୁ ବିଜେଡି ଆଶା କରିଛି । ସେଥିପାଇଁ ଲୋକସଭାର ଦୁଇ ବରିଷ୍ଠ ସାଂସଦଙ୍କ ସହ ଦୁଇ ରାଜ୍ୟସଭା ସଭ୍ୟ (ସାଂସଦ ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ) ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତ ସୋମବାର ଦିଲ୍ଲୀରେ ଦେଖାକରିବା ସହ ବିଧାନ ପରିଷଦ ସମ୍ୱନ୍ଧରେ ଆଲୋଚନା କରିଥିଲେ ।

ସୂଚନା ଅନୁଯାୟୀ, ଆଗକୁ ପୌର ନିର୍ବାଚନ ଥିବାରୁ ବିଜେଡି ନିଜ ଦଳର ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ବିଧାନ ପରିଷଦ ମାଧ୍ୟମରେ ସେମାନଙ୍କୁ ଥଇଥାନ କରିବାକୁ ଆଶା ବାନ୍ଧି ବସିଛି । ଯାହା ଫଳରେ ଆଶାୟୀ ସନ୍ତୁଷ୍ଟ ହୋଇ ପୌର ନିର୍ବାଚନରେ ଗୋଷ୍ଠି ବିବାଦ ନକରି ଏକ ହୋଇ ଲଢ଼ିବେ । ଫଳରେ ଶାସକ ଦଳ ପାଇଁ କୌଣସି ବାଧା ଉପୁଜିବ ନାହିଁ ।

ଅପରପକ୍ଷରେ ବିଜେଡ଼ି ଓ ବିଜେପି ମଧ୍ୟରେ ଭିତରୀ ବୁଝାମଣା ଆଗରୁ ରହିଛି । ଉଦାହରଣ ପୂର୍ବରୁ ବିଜେପିର ରାଜ୍ୟସଭା ପାର୍ଥି ଅଶ୍ୱନି ବୈଷ୍ଣବ କୁ ଯେଉଁ ଭଳିଭାବେ ବିଜେଡ଼ି ସମର୍ଥନ କରିଥିଲା ସେଥିରୁ ସ୍ପଷ୍ଟ ବାରି ହୋଇଯାଇଥିଲା କି ଦୁଇ ଦଳର ଆପସ ବୁଝାବଣା ଉତ୍ତମ । ଯାହାକି ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିଲା ।

ଗତ ସୋମବାରର ଘଟଣା ପରେ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ୨୦୨୦ରେ ୪ଟି ରାଜ୍ୟସଭା ପଦ ଖାଲି ହେବାକୁ ଯାଉଛି । ଏହି ସୁଯୋଗକୁ ବିଜେପି ହାତଛଡା କରିବାକୁ ଚାହୁଁ ନାହିଁ । ବିଧାନ ପରିଷଦ ବିଲକୁ ପାସକରି ବା ବଦଳରେ ଆଉ ଏକ ରାଜ୍ୟସଭା ସିଟକୁ ନେବାପାଇଁ ବିଜେଡି ଓ ବିଜେପି ମଧ୍ୟରେ ଚୁକ୍ତି ହୋଇଥିବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Leave A Reply

Your email address will not be published.