ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମଙ୍ଗଳବାର ରାତିରୁ ପାକିସ୍ତାନ ସେନା ଯୁଦ୍ଧବିରତି ଉଲ୍ଲଂଘନ କରି ଜମ୍ମୁ-କଶ୍ମିର ସାମ୍ବା ସେକ୍ଟରର ଚମିମଲିୟାଲ ପୋଷ୍ଟ ଉପରକୁ ଗୁଳି ଚାଳନା କରିଥିଲା। ଭାରତୀୟ ଜବାନ ଏହାର ଜବାବ ଦେଇଥିଲେ। ବୁଧବାର ଭୋର ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିବା ବେଳେ ଏଥିରେ ୪ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଅନ୍ୟ ୫ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଶହୀଦ ଯବାନମାନେ ହେଉଛନ୍ତି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜିତେନ୍ଦ୍ର ସିଂ, ସବ ଇନସ୍ପେକ୍ଟର ରଜନୀଶ, ଏଏସ୍ଆଇ ରାମନିବାସ ଏବଂ କନେଷ୍ଟବଳ ହଂସରାଜ।
ସୂଚନାଯୋଗ୍ୟ, ଗତ ମେ ମାସରେ ଡିଜିଏମ୍ଓ ସ୍ତରୀୟ ବୈଠକରେ ୨୦୦୩ ଯୁଦ୍ଧବିରତି ନିୟମକୁ କଡାକଡ଼ି ଭାବେ ପାଳନ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ। ମାତ୍ର ପାକିସ୍ତାନ ତା’ ପ୍ରତିଶ୍ରୁତିରୁ ଓହରି ଯାଇ ଚଳିତ ମାସରେ ଦୁଇ ଦୁଇ ଥର ଯୁଦ୍ଧବିରତି ଉଲ୍ଲଂଘନ କରିଛି।