ହୃଦୟ ବିଦାରକ ଦୁର୍ଘଟଣା ୪ମୃତ,୩ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅସାବଧାନତା ଯୋଗୁ ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ ଭୋଜି ସାରି ଖୁସିରେ ଘରକୁ ଫେରୁଥିଲେ। କିଏ ଜାଣିଥିଲା ବାଟରେ ଯମଦୂତ ସେମାନଙ୍କର ଅପେକ୍ଷା କରିବସିଛି ବୋଲି। ଏହି ଦୁର୍ଘଟଣା ରେ ୪ଟି ଜୀବନ ଦୀପ ଲିଭି ଯାଇଛି । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ କେନ୍ଦୁଝର ଜିଲ୍ଲା କରଞ୍ଜିଆ- ଆନନ୍ଦପୁର ରାସ୍ତାର ବାଙ୍ଖିଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆନନ୍ଦପୁର ସାଇଁକୁଳ ଅଞ୍ଚଳର ବୈକୁଣ୍ଠ ପଣ୍ଡାଙ୍କ ପରିବାର ଠାକୁରମୁଣ୍ଡା ଖୁଣ୍ଟାପଶି ଗାଁରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ କାର୍‌ଟି ଭାରସାମ୍ୟ ହରାଇ ବାଙ୍ଖିଡ଼ି ଛକ ନିକଟରେ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୈକୁଣ୍ଠ ପଣ୍ଡା, ଲକ୍ଷ୍ମପ୍ରିୟା ପଣ୍ଡା ଓ ମନୋରମା ତ୍ରିପାଠୀ ଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ପୋଲିସ ଓ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ  ଚିନା ପଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଥିବା ଗଣେଶ୍ୱର, ମାନସୀ ଓ ରଘୁନାଥଙ୍କୁ କଟକ ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.