ଆଜି ପୁଣି ୪ ମୁଣ୍ଡ ନେଲା କରୋନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୪ ଜଣଙ୍କର ମୃତ୍ୟୁ ହୋଇଛି । କଟକ, ଗଞ୍ଜାମ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ହୋଇଛି । ଯେଉଁ ମାନଙ୍କର ମୃତ୍ୟୁ ହୋଇଛି ସେମାନେ ପୂର୍ବରୁ କୌଣସି ନା କୌଣସି କରୋଗରେ ଆକ୍ରାନ୍ତ ରହିଛନ୍ତି ।ଯେଉଁଭଳି ପୂର୍ବରୁ କୁହାଯାଇଛି କି ଡାଇବେଟିସ, ବ୍ଲଡପ୍ରେସର ଭଳି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଘାତକ ସିଧ ହେବ । କଟକରେ କରୋନା ପାଇଁ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ପୂର୍ବରୁ ମୁଖ କର୍କଟରେ ପିଡ଼ିତ ଥିଲେ । ସେହିଭଳି ଖେର୍ଦ୍ଧାରୁ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । କରୋନାରେ ଭୁବନେଶ୍ୱରରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ପୂର୍ବରୁ ବ୍ଲଡ କ୍ୟାନସରରେ ପିଡ଼ିତ ରହିଥିଲେ । ସେପଟେ ଗଞ୍ଜାମରେ ମୃତ୍ୟୁ ହୋଇଥିବା ୮୦ ପର୍ଷୀୟ ବ୍ୟକ୍ତିଙ୍କର ଡାଇବେଟିସ ଏବଂ ହାର୍ଟ ରୋଗ ରହିଥିଲା ।

Leave A Reply

Your email address will not be published.