ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୪ମୃତ ଓ ୩ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା କୁଣ୍ଡପୁର ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା କୁଣ୍ଡପୁର ନିକଟରେ ଏକ କାର ରାସ୍ତା କଡରେ ଛିଡା ହୋଇଥିବା ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇ ଥିଲା । ଆହତଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଏବେବି ଗୁରୁତର ଅଛନ୍ତି । ଦୁର୍ଘଟଣା ଗ୍ରସ୍ତ କାରରେ ଥିବା ଯାତ୍ରୀ ମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ମୃତକମାନେ ହେଲେ ପାଇକସିଧା ଗାଁର ତୋଫାନୀ ରଣା, ତାଙ୍କ ସ୍ତ୍ରୀ କଳ୍ପନା ରଣା, ଚୁରମରାର ସୁବି ରଞ୍ଜନ ପରିଡ଼ା ଓ ଖଗଡ଼ପାଳ ଗାଁର ରବି ରଣା । ଏହି କାର ରବି ଚଲାଉଥିଲେ ।

Leave A Reply

Your email address will not be published.