ଚାଁହୁ ଚାଁହୁ ଭୁଶୁଡିଗଲା ୪ ମହଲା କୋଠା; ଦେଖନ୍ତୁ ଭିଡିଓ

ଓଡିଶା ଫାଷ୍ଟ ବ୍ୟୁରୋ: ଆଜି ମୁମ୍ବାଇରେ ୪ମହଲା ବିଶିଷ୍ଟ ଏକ କୋଠାଘର ଭୁଶୁୁଡ଼ିପଡ଼ିଛି। ତେବେ ଏହାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ।ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇ ମହାନଗରର ବୋରିଭାଲି ପଶ୍ଚିମର ସାଇବାବା ନାଗରରେ ଥିବା ଏକ ୪ମହଲା କୋଠାଘର ଗୀତାଞ୍ଜଳି ଆପାର୍ଟମେଣ୍ଟରେ। ଦେଖନ୍ତୁ ଭିଡିଓ…
Video: 4-Storey Building Collapses In Mumbai https://t.co/KVrVh1c2uO pic.twitter.com/iyqH6hHZ4G
— NDTV (@ndtv) August 19, 2022
ଅନ୍ୟପକ୍ଷେ ଖବର ପାଇ ଘଟଣାସ୍ଥଳରେ ୮ ଅଗ୍ନିଶମ ଗାଡ଼ି, ୨ଟି ଉଦ୍ଧାର ଭ୍ୟାନ, ୩ଟି ଆମ୍ବୁଲାନ୍ସ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବହୁ ବରିଷ୍ଠ ପୋଲିସ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ମୁତାବକ, ଏହି କୋଠାଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାରୁ ଏହାକୁ ଖାଲି କରାଯାଇଥିଲା। ଏହା ସତ୍ତ୍ୱେ କେହି ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି କି, ସେନେଇ ଅଗ୍ନିଶମ କର୍ମଚାରୀ ଯାଞ୍ଚ କରୁଛନ୍ତି ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି।