ଆଜି ଭୁବନେଶ୍ୱରରୁ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରୁ ଆଜି ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୪୨ ଜଣ ଓ ସ୍ଥାନୀୟ ଅଂଚଳରୁ ୧୬୭ ଜଣ ଆକ୍ରାନ୍ତ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ଯାତ୍ରା ବିବରଣୀ ଥିବାବେଳେ ୨୪୧ ଜଣ ପୂର୍ବରୁ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।ଚନ୍ଦ୍ରଶେଖରପୁରରୁ ୧୧ ଜଣ, ଚକେଇସିହାଣୀରୁ ୮ ଜଣ, ଷ୍ଟେସନ ଛକ, ନୟାପଲ୍ଲୀରୁ ୭ ଜଣ ଲେଖାଏଁ, ଶିଖରଚଣ୍ଡି ସାହି, ୟୁନିଟ-୯ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରୁ ୬-୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୧୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭିଏସ୍‌ଏସ୍‌ ନଗରରୁ ୧୦ ଜଣ, ନୟାପଲ୍ଲୀରୁ ୬ ଜଣ, ସହିଦ ନଗର, ଦୂରଦର୍ଶନ କଲୋନି, ଚକେଇସିହାଣୀରୁ ୫ ଜଣ ଲେଖାଏଁ ଅଛନ୍ତି। ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୧୩ ଜଣ, ବଡଗଡ଼ ବ୍ରିଟ କଲୋନିରୁ ୯ ଜଣ, ପଟିଆ ବିଗ ବଜାର ଅଂଚଳରୁ ୮ ଜଣ, ବଡଗଡ଼ ବ୍ରିଟ କଲୋନି, ବରମୁଣ୍ଡା ଏଚ୍‌ବି କଲୋନି, ଜାଗମରା, ବାପୁଜୀ ନଗର, ଟଙ୍କପାଣି ରୋଡରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରୁ ଆଜି ମୋଟ ୩୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।

Leave A Reply

Your email address will not be published.