ଜଳିଗଲେ ୪୧ ଜଣ

ଇଜିପ୍ଟ ରାଜଧାନୀ କାଇରୋର ଏକ ଚର୍ଚ୍ଚରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୧ ଜଣ ପ୍ରାଣ ହରାଇଛନ୍ତି । ୫୦ ରୁ ଉର୍ଦ୍ଧ୍ବ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟରେ ଏକାଧିକ ଉଦ୍ଧାରକାରୀ ଟିମ ଲାଗିଛନ୍ତି ।
ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଏଲ-ସିସି (Abdel Fattah el-Sissi) ଅଘଟଣ ନେଇ ସୂଚନା ଦେବା ସହ ଦୁଖଃ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ମଧ୍ୟ ସ୍ଥାନୀୟ ଖ୍ରୀଷ୍ଟିଆନ ପୋପଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି । ରାଜଧାନୀ କେଇରୋରେ ଏହି ଚର୍ଚ୍ଚ ସବୁଠୁ ବଡ ଚର୍ଚ୍ଚ ଭାବେ ଜଣାଶୁଣା ଥିଲା । ଇଜିଷ୍ଟ ଏକ ଇସଲାମିକ ଦେଶ ହୋଇଥିବାବେଳେ, ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ହେଉଛନ୍ତି ଖ୍ରୀଷ୍ଟିଆନ । ଏତେ ବଡ ଭୟଙ୍କର ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟତା ଆସି ପାରିନଥିବା ବେଳେ ତଦନ୍ତ ମଧ୍ୟ ଜାରି ରହିଛି ।