୧୭୦ଟଙ୍କା ପ୍ରିମିୟମ ବଦଳରେ ମିଳିଲା ୫ ଲକ୍ଷ ଟଙ୍କାର କ୍ଷତି ପୂରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଗରପଡା ଥାନା ମହାନ୍ତିପଡା ଗାଁର ପାଗୁଳୁ ବେହରା ସମବାୟ ସମିତିରୁ ଋଣ ନେଇଥିଲେ । ଇନସ୍ୟୁରାନ୍ସ ପାଇଁ ମାତ୍ର ୧୭୦ଟଙ୍କା ପ୍ରିମିୟମ ଦେଇଥିଲେ । ହାତୀ ଆକ୍ରମଣରେ ମେ’ ମାସ ୨୯ତାରିଖରେ ପାଗୁଳୁଙ୍କ ମୃତ୍ୟୁ ହେଲା ଆଉ ୬ ମାସ ପରେ ପରିବାର ଲୋକଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ରାଶି ।

ସୂଚନା ଅନୁଯାୟୀ, ମେ’ ମାସ ୨୯ତାରିଖରେ ପାଗୁଳୁ ବେହରା କ୍ଷେତକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପାଗୁଳୁ ନିକଟସ୍ଥ ସମବାୟ ସମିତିରୁ ୩୦ ହଜାର ଟଙ୍କା ଋଣ ନେଇଥିଲେ । ଠିକ୍ ସମୟରେ ପରିଶୋଧ ମଧ୍ୟ କରୁଥିଲେ । ୧୭୦ ଟଙ୍କା ଦେଇ ଇନସ୍ୟୁରାନ୍ସ ମଧ୍ୟ କରିଥିଲେ । ମୃତ୍ୟୁର ପ୍ରାୟ ୫ ମାସ ପରେ ତାଙ୍କ ପରିବାରକୁ ସମବାୟ ସମିତି ତରଫରୁ ୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି ।

ବାଲେଶ୍ଵର, ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଅଗରପଡା ଶାଖା ପରିସରରେ ମୃତକ ପାଗୁଳୁ ବେହେରାଙ୍କ ବିଧବା ପତ୍ନୀ ଓ ଦୁଇ ପୁଅଙ୍କୁ ବାଲେଶ୍ଵର, ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.