ପୁଣି ଖୋଲିଲା ଆଉ ୫ଟି ଗେଟ୍

0

ପୁଣି ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ । ଅପରାହ୍ନରେ ୫ଟି ଗେଟ ଖୋଲିଥିବା ବେଳେ ଏବେ ଆଉ ୫ଟି ଗେଟ୍ ଖୋଲିଛି । ରାତି ମଧ୍ୟରେ ଆଉ ୪ଟି ଗେଟ୍ ଖୋଲିବା ନେଇ ସୂଚନା ମିଳିଛି ।ଏହା ଫଳରେ ଏବେ ହୀରାକୁଦର ୩୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପର୍ଯ୍ୟାୟକ୍ରମେ ଆଜି ରାତି ସୁଦ୍ଧା ମୋଟ୍‌ ୪୦ଟି ଗେଟ୍ ଖୋଲାଯିବ ।

ଛତିଶଗଡ଼ ପଟୁ ଅଧିକ ଜଳ ପ୍ରବାହ କାରଣରୁ ଅଧିକ ଗେଟ୍ ଖୋଲିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏହି ସୂଚନା ଦେଇଛନ୍ତି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୭ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଅପରାହ୍ନ ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬ ଦଶମିକ ୫୮ଫୁଟ ଥିଲା । ସ୍ଥିତି ଦେଖି ନିଆଯାଉଛି ନିଷ୍ପତ୍ତି । ହୀରାକୁଦର ୪୦ଟି ଗେଟ୍ ଖୋଲିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । ପୂର୍ବରୁ ମଧ୍ୟ ହୀରାକୁଦର ୪୦ରୁ ଅଧିକ ଗେଟ୍ ଖୋଲାଯାଇଥିଲା । ଦୁଇ ତିନି ୩ ଦିନ ବର୍ଷା ନଥିବାରୁ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ଅସୁବିଧା ନାହିଁ । ଉଚ୍ଚ ମଧ୍ୟମ ଧରଣର ବନ୍ୟା ସ୍ଥିତି ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । ହୀରାକୁଦ ପାଣି କଟକ ମୁଣ୍ଡଳୀରେ ପହଞ୍ଚିବାକୁ ୩୬ଘଣ୍ଟା ଲାଗୁଛି । ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

SOA post below
Leave a comment