ଖୋଲିଲା ଆଉ ୫ଟି ଗେଟ୍, ହେବ ବଡ଼ବନ୍ୟା !

ଉପରମୁଣ୍ଡରେ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ଯୋଗୁ ଆଜି ହୀରାକୁଦର ଆଉ ୫ଟି ଗେଟ୍ ଖୋଲିଛି । ପୂର୍ବରୁ ୨୬ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଏବେ ୫ଟି ଗେଟ ଖୋଲିବା ପରେ ମୋଟ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପରବର୍ତୀ ସମୟରେ ପୁଣି ପର୍ଯ୍ୟାୟ କ୍ରମେ ୯ଟି ଗେଟ ଖୋଲିବ । ୯ଟି ଗେଟ୍ ଖୋଲିବା ପରେ ମୋଟ ୪୦ ଗେଟ ଦେଇ ଜଳ ନିଷ୍କାସିତ ହେବ । ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତାହାକୁ ନଜରରେ ରଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଯଦି ଲଘୁଚାପ ଏଭଳି କିଛି ଦିନ ଲାଗିରହେ ତେବେ ବଡ ବନ୍ୟା ହେବା ନେଇ ମଧ୍ୟ ସମସ୍ତଙ୍କ ମନରେ ଏକ ପ୍ରକାର ଡର ଏବେ ଠୁ ଦେଖିବାକୁ ମିଳୁଛି । ତେବେ ଏଭଳି ହେବା ନେଇ କୌଣସି ଆଶଙ୍କା ନଥିଲେ ବି ଲୋକଙ୍କ ମଧ୍ୟରେ ବଡ ବନ୍ୟା ଚର୍ଚ୍ଚା ଚର୍ଚ୍ଚ ଲାଗିରହିଛି ।
ପୂର୍ବର ବର୍ଷା କାରଣରୁ ବଢ଼ୁଛି ହୀରାକୁଦର ଜଳସ୍ତର । ଡ୍ୟାମରେ ୬୨୬ଫୁଟ ଟପିଛି ଜଳସ୍ତର । ସୁଦ୍ଧା ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ଆସୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସିକ୍ ଜଳ । ନଦୀ ଉଛୁଳୁଥିବାରୁ ଅନେକ ଅଂଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।