ଅଧାରେ ରହିଲା ଜଗନ୍ନାଥ ଦର୍ଶନ, ଅକାଳରେ ଚାଲିଗଲା ୫ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର ୫ଟା ସମୟରେ ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ସମୟରେ ଗଞ୍ଜାମ ଜିଲ୍ଲା ଇଚ୍ଛାପୁର ନିକଟସ୍ଥ ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଲାଲକମଙ୍ଗ ଗାଁର ଏକ ପରିବାର ଜଗନ୍ନାଥ ଦର୍ଶନ ପାଇଁ ସମ୍ପର୍କୀୟଙ୍କ ସହ ଏକ ବୋଲେରୋରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିଲେ । ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଏକ ବୋଲେରୋଟି ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମସ୍ତଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏବଂ ଗୁରୁତର ଥିବା ଦୁଇଜଣଙ୍କୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା, ଜଣେ ମହିଳା ଓ ଦୁଇ ପୁରୁଷ ଅଛନ୍ତି। ସେମାନଙ୍କ ନାଁ ହେଲା କେ.କ୍ରିଷ୍ଣା, ଜଗଦିଶ, କେ. ୟାମାବତି, ଅବ୍‌ନାନ ଓ ୟମାବତି।

Leave A Reply

Your email address will not be published.