ବିଜ୍ଞାପନ ନାଁରେ ୫ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍‌ କରିଛି ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହି ବିଜ୍ଞାପନ ନାଁରେ ବିଜେପିର ରାଜ୍ୟ ନେତୃବୃନ୍ଦ ୭ ସରକାରୀ ପେଟ୍ରୋ କମ୍ପାନୀଠାରୁ ରାଜ୍ୟ ବିଜେପି ନେତୃବୃନ୍ଦ ଶହଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍‌ କରିଛନ୍ତିି । କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏହି ଅଭିଯୋଗ ଆଣିଛନ୍ତି । 

ଇତିଶ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ବିଜେପି ନେତାମାନଙ୍କ ଅଣପଞ୍ଜୀକୃତ ଟ୍ରଷ୍ଟକୁ ବହି ଛାପିବା ବାବଦରେ ଆଇଓସିଏଲ୍‌, ବିପିସିଏଲ୍‌, ଏଚ୍‌ପିସିଏଲ୍‌, ଗେଲ୍‌, ଓଏନ୍‌ଜିସି, ଓଆଇଏଲ୍‌ ଏବଂ ଇଆଇଏଲ୍‌ ପ୍ରଭୃତି ପେଟ୍ରୋ କମ୍ପାନୀ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଜ୍ଞାପନ ଦେଇଛନ୍ତି । ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଓଡ଼ିଶା ଟ୍ରାଇବାଲ ଆଣ୍ଡ ରୁରାଲ ଟୁରିଜିମ୍‌ କୋଅପରେଟିଭ୍‌ ସୋସାଇଟି ସଭାପତି ଅଛନ୍ତି । ଏହି ସଂସ୍ଥା ଅନାମଧେୟ ବହି ଛାପି ବିଜ୍ଞାପନ ଆକାରରେ ୫୦ କୋଟିରୁ ଅଧିକ ଟଙ୍କା ନେଇଛି । ଏହାସହ ଭୁବନେଶ୍ୱର ଏକାମ୍ର ହାଟ ସମ୍ମୁଖରେ ଥିବା ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଦୁଇଟି ଘର ନିଆଯାଇ ବିଜେପି କାର୍ଯ୍ୟାଳୟ ଚଳାଇଛି । ସମଗ୍ର ଟଙ୍କା ହଡ଼ପ କାରବାରରେ ଏହା କେନ୍ଦ୍ରସ୍ଥଳ ପାଲଟିଛି ବୋଲି ଇତିଶ ଅଭିଯୋଗ କରିଛନ୍ତି । 

Leave A Reply

Your email address will not be published.