ରାତିରେ ବର୍ଷା ସାଜିଲା ଦାଉ , ପୋଲିସ ଓ ଓଡ୍ରାଫ୍ଟ ଟିମ ସହାୟତାରେ ୫୦୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

0


ଓଡିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ସମ୍ବଲପୁର ରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଠାରେ ଗତକାଲି ରାତିରେ ୬୦୮ ଏମଏମ ବର୍ଷା ରେକର୍ଡ କରାଯାଇଥିଲା । ପ୍ରାୟ ସ୍ଥାନରେ ବର୍ଷା ପାଣି ପସି ଯିବାରୁ ଘର ଗୁଡିକ ପାଣିରେ ବୁଡ଼ି ରହିଥିଲା । ଯାହାଫଳରେ ଲୋକଙ୍କର ଅନେକ ଜିନିଷପତ୍ର ନଷ୍ଟ ହୋଇଯିବା ସହ ପ୍ରାୟ ୫୦୦୦ ଲୋକ ଜଳବନ୍ଦୀ ହୋଇରହିଥିଲେ ।

ସମ୍ବଲପୁର ପୋଲିସ ଏବଂ ଓଡ୍ରାଫ୍ଟ ଟିମ ର ମିଳିତ ସହଯୋଗରେ ପାଣି ଘେରରେ ଫସି ରହିଥିବା ଲୋକଙ୍କୁ ବୋଟ ସାହାଯ୍ୟରେ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ସାରା ରାତି ଓ ଆଜି ସକାଳେ ମଧ୍ୟ ସେମାନେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ପୋଲିସ ଏସପି ସଞ୍ଜୀବ ଆରୋରା ନିଜେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ ।

Leave A Reply

Your email address will not be published.