ଘୋଷଣାର ୨୪ଘଣ୍ଟା ମଧ୍ୟରେ ମିଳିଲା ସହାୟତା ରାଶି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଅମ୍ପନରେ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ୫୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ମାତ୍ର ଆଜି ଏହି ସହାୟତା ରାଶି ପହଞ୍ଚି ଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ବାତ୍ୟା ଅମ୍ଫନ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ରିଲିଫ ଏବଂ ପୁନଃ ଥଇଥାନ ଆଦି କାର୍ଯ୍ୟରେ ଏହି ଟଙ୍କା ବିନିଯୋଗ ହେବ ।

ନିଜ ଟ୍ୱିଟରେ ଶ୍ରୀ ଜେନା କହିଛନ୍ତି, “କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି । ବାତ୍ୟା ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଭରଣା ଲାଗି ପ୍ରଧାାନମନ୍ତ୍ରୀ ଏହି ସହାୟତା ରାଶି ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଏହି ଟଙ୍କା ପହଞ୍ଚିଛି । ଏହି ତ୍ୱରିତ ସହାୟତା ପାଇଁ ଆମେ ଗୃହ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ” ।

Leave A Reply

Your email address will not be published.