ଅକ୍ଟୋବର ୧୨ସୁଦ୍ଧା ଦେଶରେ ୫ଜି ମୋବାଇଲ ସେବା

0

ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ। ଆସନ୍ତା ଅକ୍ଟୋବର ୧୨ସୁଦ୍ଧା ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାପରେ ଦେଶର ସମସ୍ତ ବଡ଼ ଏବଂ ଛୋଟ ସହରରେ ଏହି ସେବା ବିସ୍ତାର କରାଯିବ ବୋଲି ଗୁରୁବାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଏଥିସହ ନିଶ୍ଚିତ କରାଯିବ ଯେ, ଏହି ସେବା ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବ। ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ କୋଣରେ ୫-ଜି ସେବା ଉପଲବ୍ଧ ହେବ। ଯଥାଶୀଘ୍ର ଏହି ସେବା ଆରମ୍ଭ କରିବାକୁ ପ୍ରୟାସ କରାଯାଉଛି। ଟେଲିକମ କମ୍ପାନୀଗୁଡିକ ଏହି ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ସ୍ଥାପନ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

SOA post below
Leave a comment