ଅଲାରନାଥ ପରିଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍; ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ କଲେ ଆଲୋଚନା

0

୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ପୁରୀଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ବ୍ରହ୍ମାଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ସ୍ଥଳରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଏବଂ ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସମସ୍ତ ତଦାରଖ କରିଥିଲେ । ଏଥିସହ ମହାପଭୁଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ସେବାୟତମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ କରି ମନ୍ଦିରର ସମସ୍ତ ସମସ୍ୟା ଓ ଉନ୍ନତି ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାଷ୍ଟରପ୍ଲାନ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି ଅବସରରେ ସେଠାରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପୂର୍ତ୍ତ ବିଭାଗ ଏବଂ ଓବିସିିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଥାଉ କି, ପ୍ରଭୁ ଅଲାରନାଥଙ୍କ ମନ୍ଦିର ଏକ ପ୍ରସିଦ୍ଧ ଧର୍ମପୀଠ। ସ୍ନାନଯାତ୍ରା ପରେ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଣସର ଘରେ ରହିବା ସମୟରେ ୧୫ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥାଏ। କେବଳ ସେତିକି ନୁହେଁ ଶ୍ରୀଚୈତନ୍ୟ ଓ ରାମାନୁଜଚାର୍ଯ୍ୟଙ୍କ ପାଇଁ ମଧ୍ୟ ଅତୀତରେ ଏହି ସ୍ଥାନଟି ସୁଖ୍ୟାତି ଅର୍ଜନ କରିଥିଲା। ଅଲାରନାଥଙ୍କୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମଧ୍ୟ ବୁଲିବାକୁ ଆସିଥାନ୍ତି।

SOA post below
Leave a comment