ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ୬ ଶିଶୁର ଜୀବନ !

0

ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ୬ ଶିଶୁର ଜୀବନ । ଏହିଭଳି ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କର ପରିବାର ଲୋକ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି । ଶନିବାର ରାତି ୯ଟାରୁ ପରଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତକ ଆଇସିୟୁ ବିଭାଗକୁ ଦେଖିବାକୁ ଆସିନଥିଲେ ।

ସଠିକ୍ ସମୟରେ ଡାକ୍ତର ନଆସିଥିବାରୁ ଶିଶୁ ମାନଙ୍କୁ ସଠିକ୍ ଚିକିତ୍ସା ମିଳିପାରିନଥିଲା । ଯାହାପାଇଁ ଏହି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ । ସେହିଭଳି ୨ ସପ୍ତାହରେ ୧୩ ଜଣ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

SOA post below
Leave a comment